ମେ ୧ରୁ ସମସ୍ତଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: ଟିକା ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ  ଟିକା ମିଳିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ।ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ।

ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଡୋଜ୍ ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ ଉକ୍ତ ଟିକା ଉତ୍ପାଦନକାରୀ କମ୍ପାନୀ।

ସୂଚନାଯୋଗ୍ୟ,  ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ। ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଏହା ଆମର କୋଭିଡ ମୁକାବିଲା ପ୍ରସ୍ତୁତିକୁ ସଶକ୍ତ କରିବ। ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ମଧ୍ୟ ଏକ ବଡ଼ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

 

You might also like