ପ୍ରତି ୩ ମିନିଟ୍‌ରେ ମହାରାଷ୍ଟ୍ରରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ

ମୁମ୍ବାଇ: ଭୟଙ୍କର ହେବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ସଙ୍ଗୀନ ହେଲାଣି। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ରରେ ପ୍ରତି ଘଂଟାରେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ପ୍ରତି ତିନିମିନିଟ୍‌ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। ଏପରି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ମଧ୍ୟ ଚିନ୍ତାରେ ଅଛନ୍ତି। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ପ୍ରତି ୧ ଘଣ୍ଟାରେ ହାରାହାରି ୨,୮୫୯ ଜଣ କରୋନା ସଂକ୍ରମିତ ହେଉଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ହାର ଏପରି ଭାବରେ ବଢୁଛି ଯେ, ତାହାକୁ କେମିତି ରୋକାଯାଇପାରିବ ତାହାକୁ ନେଇ ଘନ ଘନ ବୈଠକ କରୁଛନ୍ତି ଉଦ୍ଧବ ସରକାର। କରୋନା ମୁକାବିଲା ଲାଗି ମହାରାଷ୍ଟ୍ରରେ ଲକଡାଉନ୍‌ କରିବାର ଆବଶ୍ୟକତା ରହିଥିବା ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି କହିଥିଲେ, ବର୍ତ୍ତମାନ ସ୍ଥିତିରେ ଦେଶରେ ବିଶେଷ କରି ମହାରାଷ୍ଟ୍ରରେ ସ୍ଥିତି ଗୋଟିଏ ପ୍ରକାର ଅଣାୟତ୍ତ ହୋଇଗଲାଣି। ତେଣୁ ଏବେ ରାଜ୍ୟରେ ଲକଡାଉନ୍‌ ନିହାତି ଦରକାର। ଏମିତି  କି ଉଦ୍ଧବଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହା ଉପରେ ଆଲୋଚନା ହୋଇଛି ଓ ଆଗାମୀ ସମୟରେ ଏହି ନିଷ୍ପତ୍ତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ସେ ସ୍ପଷ୍ଟ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟ୍‌ରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କାରଣ କରୋନା ପ୍ରତି ଘଂଟାରେ ସଂକ୍ରମଣ ବଢାଉଛି। ତେଣୁ ଏପରି କଠିନ ସମୟରେ ଏମିତି ନିଷ୍ପତ୍ତି ନେବା ଛଡ଼ା ସରକାରଙ୍କ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ। ଜୀବନ ବଂଚାଇବାକୁ ଏମିତି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି କହିଥିଲେ।

ଏଠାରେ ଆମେ କହିରଖୁଛୁ, ସାରା ଦେଶରେ କରୋନା ନିଜର ଭୟଙ୍କର ରୂପ ଦେଖାଉଛି। ପ୍ରତି ଘଂଟାରେ ହଜାର ହଜାର ସଂ
ଖ୍ୟାରେ କରୋନମା ରୋଗୀ ଚିହ୍ନଟ ହେଉଥିବା ବେଳେ ଅନେକ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆଉ ଏହାରି  ମଧ୍ୟରେ ନାସିକ୍‌ ମେଡିକାଲରେ ହୋଇଥିବା ଦୁର୍ଘଟଣା କଥା ମଧ୍ୟ ସାମ୍ନାକୁ ଆସିଛି। ନାସିକ୍‌ର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ବଡ଼ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍‌ ଲିକ୍‌ ହେବାରୁ ୨୨ ଜଣଙ୍କ ଜୀବନ ଯାଇଛି। ଏକ ମେଡିକାଲରେ ରଖାଯାଇଥିବା ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌ ହେବାରୁ ରୋଗୀମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି। କରୋନା ସ୍ଥିତି ସଙ୍ଗୀନ ହୋଇଥିବାରୁ ବର୍ତ୍ତମାନ ସମୟରେ ବିଭିନ୍ନ ମେଡିକାଲରେ ରୋଗୀଙ୍କ ଲାଗି ଅକ୍ସିଜେନ୍‌ ଷ୍ଟକ୍‌ କରାଯାଇଛି। କିନ୍ତୁ ସେହି ଅକ୍ସିଜେନ୍‌ ଲାଗି ରୋଗୀଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

You might also like