କାମ କରୁନି ଭ୍ୟାକ୍ସିନ୍ : ନେପାଳର ନୂଆ କରୋନା ଭାରିଏଣ୍ଟ୍ ପାଇଁ ଭୟରେ ୟୁରୋପ

ନେପାଳର ନୂଆ ଭାରିଏଣ୍ଟ୍ ପାଇଁ ଆତଙ୍କରେ ୟୁରୋପ । ନୂଆ ଭାରିଏଣ୍ଟ୍ ସାମ୍ନାରେ ଟିକାକରଣ ପ୍ରଭାବଶୂନ୍ୟ ହୋଇପଡ଼ିଛି । ବିଶ୍ୱର ଅନେକ ଦେଶରେ ତଥା ବିଭିନ୍ନ ଅଞ୍ଚଳରେ କରୋନାର ନୂଆ ନୂଆ ଭାରିଏଣ୍ଟ୍ ଚିହ୍ନଟ ହେଉଛି, ଯାହା ତୀବ୍ର ବଗେରେ ବ୍ୟାପିବା ସହ ଅଧିକ ଘାତକ ସାବ୍ୟସ୍ତ ହେଉଛି । ଏହାରି ଭିତରେ ମିଡିଆ ରିପୋର୍ଟ ଅନୁସାରେ ନେପାଳର ମଧ୍ୟ ଏକ ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି । ଏବେ ସେହି ଭାରିଏଣ୍ଟ ୟୁରୋପରେ ପହଞ୍ଚି ସାରିଛି । ଅନ୍ୟପଟେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏକଥାକୁ ଅସ୍ୱୀକାର କରିଛି । ନେପାଳରେ ନୂଆ ଭାରିଏଣ୍ଟ ଚିହ୍ନଟ ହେବାର କୌଣସି ସୂଚନା ନାହିଁ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ।

କାମ କରୁଛି ଭ୍ୟାକ୍ସିନ୍
ପର୍ତ୍ତୁଗାଲରେ ନେପାଳର ଭାରିଏଣ୍ଟ୍ ଚିହ୍ନଟ ହୋଇଥିବା ଏକ ରିପୋର୍ଟରେ ଆଶଙ୍କା କରାଯାଇଛି । ୟୁରୋପରେ ନୂଆ ଭାରିଏଣ୍ଟ୍ ପାଇଁ ସମସ୍ତ ମନ୍ତ୍ରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନେପାଳରେ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଏଣ୍ଟରେ ୟୁରୋପରେ ତୀବ୍ର ଗେରେ ବ୍ୟାପିବାରେ ଲାଗିଛି ବୋଲି ଦାବି କରାଯାଉଛି । ତେବେ ସେଠାକାର ଭ୍ୟାକ୍ସିନ ମଧ୍ୟ ଏହି ନୂଆ ଭାରିଏଣ୍ଟ୍ ସାମ୍ନାରେ ପ୍ରଭାବଶୂନ୍ୟ ହୋଇପଡ଼ିଛି । ନୂଆ ଭାରିଏଣ୍ଟ୍ କାରଣରୁ ଅଗଷ୍ଟ ପର୍ଯ୍ୟନ୍ତ ୟୁରୋପରେ ଛୁଟିଦିନ ପ୍ରଭାବିତ ହୋଇପାରେ ।

ନୂଆ ଭାରିଏଣ୍ଟ୍‌କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଡବ୍ଲୁଏଚଓ କହିଛି ନେପାଳରେ କେବଳ ତିନୋଟି ଆଲଫା (B.1.1.7), ଡେଲଟା (B.1.617.2) ଏବଂ କପ୍ପା (B.1.617.1) ଚିହ୍ନଟ କରାଯାଇଛି । ନେପାଳରେ ବର୍ତ୍ତମାନ ସର୍ବାଧିକ ଡେଲଟା (B.1.617.2)) ଭାରିଏଣ୍ଟ୍ ଚିହ୍ନଟ ହେଉଛି । ଏହାପୂର୍ବରୁ WHOର ବିଶେଷଜ୍ଞ କହିଥିଲେ, ପ୍ରତ୍ୟେକ ଥର କରୋନାର ନୂତନ ପ୍ରକାର ଭାରିଏଣ୍ଟ୍ ଚିହ୍ନଟ ହେବାପରେ ଭୟଭୀତ ହେବାର କୌଣସି କାରଣ ନାହିଁ । ଭାଇରସର ମ୍ୟୁଟେସନ୍ ସାଧାରଣ କଥା, ଆଉ ସେହି ଆଧାରରେ ଭାଇରସର ନାମକରଣ କରିଥାଏ ଡବ୍ଲ୍ୟୁଏଚଓ ।

ସେପଟେ ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଅଧ୍ୟୟନରେ ଖୁଲାସା ହୋଇଛି । ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟକୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।

You might also like