ଭାରତରେ ସଂକ୍ରମଣର ଭୟାବହତା ଭିତରେ ସହାୟତାର ହାତ ବଢ଼ାଇଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ଭିତରେ ଭାରତକୁ ୧୦୦ ନିୟୁତ ୟୁରୋର ମେଡିକାଲ ସପ୍ଲାଇ ପଠାଇ ସହାୟତାର ହାତ ବଢାଇବାକୁ ଯାଉଛି ୟୁରୋପୀୟ ସଂଘ । ଆସନ୍ତା କିଛି ଦିନ ମଧ୍ୟରେ ଭାରତରେ ଏହି ସବୁ ସାମଗ୍ରୀ ପହଞ୍ଚିବ । ପରବର୍ତ୍ତୀ ସମୟରେ ମଧ୍ୟ ଅକ୍ସିଜେନ ଜେନରେଟର, ମେଡିସିନ୍ ଓ ଭେଣ୍ଟିଲେଟର ଭଳି ସାମଗ୍ରୀ ପଠାଇ ସହଯୋଗ ଜାରି ରହିବ ବୋଲି ଗତକାଲି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଆୟୋଜିତ ଭର୍ଚୁଆଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି ୟୁରୋପୀୟ କମିଶନର ସଭାପତି ।

ପାରସ୍ପାରିକ ବ୍ୟବସାୟ, ନିବେଶ ଓ ଯୋଗାଯୋଗ ପ୍ରସଙ୍ଗ ନେଇ ଗତକାଲି ୟୁରୋରୀୟ ସଂଘ ଓ ଭାରତ ମଧ୍ୟରେ ଗୁରତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଗତକାଲର ଏହି ଭର୍ଚୁଆଲ ବୈଠକରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ ହୋଇଥିଲା ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଯୋଗ ଦେଇଥିଲେ । କେବଳ ୟୁରୋପୀୟ ସଂଘ ନୁହେଁ, ଏହାର ପ୍ରତିଟି ସଦସ୍ୟଙ୍କ ସମ୍ପର୍କ ସହ ଦୃଢ଼ କରିବା ଉପରେ ଆହ୍ବାନ କରିଥିଲେ ।

ବୈଠକରେ ବାଣିଜ୍ୟ, ବୈଷୟିକ ଜ୍ଞାନ କୌଶଳ, ଯୋଗାଯୋଗ କ୍ଷେତ୍ରରେ ପରସ୍ପର ସହଯୋଗ ପାଇଁ ଉଭୟ ୟୁରୋପୀୟ ସଂଘ ଓ ଭାରତ ଆଗକୁ ଆଲୋଚନା ପାଇଁ ଲାଗି ରାଜି ହୋଇଛନ୍ତି । ୨୦୧୩ ପରଠୁ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ବୁଝାମଣା କାର୍ଯ୍ୟ କାରୀ ହୋଇପାରୁନଥିଲା । ଏହି ଅବସରରେ ଭାରତରେ କୋଭିଡ୍ ମହାମାରୀ ବେଳେ ୟୁରୋପୀୟ ସଂଘ ସହୟତାର ହାତ ବଢାଇଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ ।

 

You might also like