ମହାନତା ଦେଖାଇଲେ IPS ଅଫିସର: ଛାତ୍ରଙ୍କ ଟ୍ୱିଟ୍‌ ପରେ ଛାଡ଼ କଲେ ଜୋରିମାନା ଟଙ୍କା

ଟ୍ୱିଟ କଲେ, ଜୋରିମାନା ଛାଡ ପାଇଲେ

ଲକ୍ଷ୍ନୌ: ଚାଲାଣ କାଟିବାରୁ ଏସ୍‌ଏସ୍‌ପିଙ୍କୁ ସାହାଯ୍ୟ ମାଗିଲେ ଛାତ୍ର। କହିଲେ, ମୁଁ ମୋର ଭୁଲ ମାନୁଛି କିନ୍ତୁ ଟ୍ରାଫିକ୍ ପୋଲିସ କାଟିଥିବା ଚାଲାଣ ଟଙ୍କା ଦେବାରେ ମୁଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ। ମୁଁ ଜଣେ ଛାତ୍ର, ଏହାସହ ମୋ ପରିବାର ଏତେ ପରିମାଣରେ ଟଙ୍କା ଦେବାକୁ ଅସମର୍ଥ। କିନ୍ତୁ ମୁଁ ମୋର ଦୋଷକୁ ସ୍ୱୀକାର କରୁଛି ବୋଲି ଛାତ୍ର ଜଣକ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଛାତ୍ରଙ୍କର ଏହି ଆବେଗଭରା ନିବେଦନ ଏସଏସପିଙ୍କ ହୃଦୟକୁ ତରଳାଇ ଦେଇଥିଲା। ଛାତ୍ର ଜଣଙ୍କ କହିବା ଅନୁସାରେ SSP(senior superintendent of police) ତାଙ୍କର ଜୋରିମାନା ଅର୍ଥରାଶି ଛାଡ଼ କରାଗଲା ବୋଲି କହିବା ପରେ ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଉତ୍ତର-ପ୍ରଦେଶ ହାଟୱା ଜିଲ୍ଲାର ଦିପେନ୍ଦ୍ର ଯାଦବ ଜଣେ ଛାତ୍ର। କୌଣସି କାମରେ ସେ ନିକଟସ୍ଥ ବଜାରକୁ ନିଜ ବାଇକ ନେଇ ଯାଇଥିଲେ। କିନ୍ତୁ ଗାଡିର ନମ୍ବର ପ୍ଲେଟ୍‌ରେ ଗୋଟିଏ ନମ୍ବର ଲିଭିଯାଇଥିଲା। ଆଉ ଏହି ଦୃଶ୍ୟ ଦେଖି କାର୍ଯ୍ୟରତ ଟ୍ରାଫିକ୍ ପୋଲିସ ଚାଲାଣ କାଟିଥିଲେ। ଚାଲାଣର ପରିମାଣ ୫ ହଜାର ଟଙ୍କା ଥିଲା। ତେବେ ଏତେ ମୋଟା ଅଙ୍କର ଜୋରିମାନା ଦେବାକୁ ଅସମର୍ଥ ଥିଲେ ଦିପେନ୍ଦ୍ର। କିନ୍ତୁ ବିନା ଜୋରିମାନା ଟଙ୍କାରେ ଗାଡି ନେଇଯିବା ବି ତାଙ୍କ ଲାଗି ଅସମ୍ଭବ ଥିଲା। ତେଣୁ ଛାତ୍ର ଜଣକ ଉପାୟଶୂନ୍ୟ ହୋଇ ସ୍ଥାନୀୟ ଏସଏସପିଙ୍କୁ ତାଙ୍କ ନାଁରେ କଟାଯାଇଥିବା ଜୋରିମାନା ଟଙ୍କାଙ୍କୁ କ୍ଷମା କରିଦେବାକୁ ନିବେଦନ କରିଥିଲେ। ଟ୍ୱିଟରରେ ଛାତ୍ରଙ୍କ ପୋଷ୍ଟ ଦେଖି ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଇଥିଲେ ସ୍ଥାନୀୟ SSP ଆକାଶ ତୋମାର। କହିଥିଲେ, ଆପଣଙ୍କ ଜୋରିମାନା ଟଙ୍କା ରଦ୍ଦ ହୋଇଯାଇଛି।

ଆଉ ଏସଏସପିଙ୍କ ଟ୍ୱିଟର ଜବାବ ଦେଇ ଦିପେନ୍ଦ୍ର ଲେଖିଛନ୍ତି ଯେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ଆପଣ ମତେ ଯେଉଁ ପ୍ରକାର ସାହାଯ୍ୟ କରିଛନ୍ତି ସେଥିପାଇଁ ମୁଁ ରୁଣୀ। କେବଳ ଏତିକି କହିବି ଯେ, ଆପଣଙ୍କ ପରି କାର୍ଯ୍ୟ କରୁଥିବା ଅଫିସର ସବୁ ସହରରେ ରୁହନ୍ତୁ, ଯାଦାଦ୍ୱାରା ସାଧାରଣ ଲୋକ କେବେ ବି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆଉ ଘଟଣା ଜଣାପଡିବା ପରେ SSP ଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। କାରଣ ବର୍ତ୍ତମାନ ସମୟରେ ନୂଆ ଟ୍ରାଫିକ୍ ନିୟମ ଅନୁସାରେ, ଦେଶରେ କଡାକଡି ନିୟମ ପାଳନ ହେଉଛି। ଆଉ ଯେଉଁମାନେ ଟ୍ରାଫିକ୍‌ ନିୟମ ମାନୁନାହାନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ କଟାଯାଉଛି। କିନ୍ତୁ ନିଜ ଭୁଲ ସ୍ୱୀକାର କରିବା ପରେ ଛାତ୍ରଙ୍କ ଜୋରିମାନା ଟଙ୍କାକୁ ଛାଡ କରିବା ଦେଶରେ ପ୍ରଥମ ଘଟଣା ବୋଲି ଅନେକ କହିଛନ୍ତି।

You might also like