ଶେଷ ହେଲା ସ୍ୱିସ୍‌ ବ୍ୟାଙ୍କ ଗୋପନୀୟତାର ଯୁଗ, ମିଳିବ ସବୁ ଆକାଉଣ୍ଟର ତଥ୍ୟ

ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ କୌଣସି ଭାରତୀୟ ଆଉ ନିଜର କଳାଧନ ଲୁଚାଇ କରି ରଖି ପାରିବେ ନାହିଁ । ଏହି ବ୍ୟାଙ୍କରେ କିଏ କିଏ ଧନ ସଂପତ୍ତି ରଖିଛନ୍ତି, ଏହି ମାସରୁ ତାହାର ଖୁଲାସା କରିବ ସ୍ୱିସ୍‌ ବ୍ୟାଙ୍କ । ଏଣିକି ସ୍ୱିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ସବୁ ତଥ୍ୟ  ସରକାରଙ୍କୁ ମିଳି ପାରିବ।

ଚଳିତ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ସ୍ୱାଭାବିକ ଭାବେ ଆର୍ଥିକ ସୂଚନା ବିନିମୟ ହେବ।  ପ୍ରଥମ ଦଫାରେ ୨୦୧୮ରେ କେଉଁ କେଉଁ ଭାରତୀୟ ସ୍ୱିସ୍‌ ବ୍ୟାଙ୍କରେ ଆର୍ଥିକ କାରବାର କରିଛନ୍ତି, ତା’ର ତଥ୍ୟ ଚଳିତ ମାସରୁ ଭାରତ ସରକାରଙ୍କୁ ମିଳିବ ।

ବିଶେଷ କରି ଟ୍ୟାକ୍ସ ସଂପର୍କିତ ସୂଚନା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବେ ଉଭୟ ଦେଶ । ଏହା ଦ୍ୱାରା କଳାଧନ ବିପକ୍ଷରେ ଯେଉଁ ଲଢ଼େଇ ଚାଲିଛି ତାକୁ ବଡ଼ ସଫଳତା ମିଳିବ । ଏହି ସୂଚନା ମିଳିବା ପରେ କେହି ଟ୍ୟାକ୍ସ ଫାଙ୍କି ବିଦେଶରେ କଳାଧନ ଲୁଚାଇ ପାରିବେ ନାହିଁ ବୋଲି ଆଶା କରାଯାଉଛି । ଭାରତ ଓ ସ୍ୱିଜରଲାଣ୍ଡର ଚୁକ୍ତି ପରେ ସ୍ୱିସ୍‌ ବ୍ୟାଙ୍କର ଗୋପନୀୟତା ଯୁଗ ଏକ ପ୍ରକାର ଶେଷ ହୋଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like