ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ମିଳିଲା କେନ୍ଦ୍ରର ଗ୍ରୀନ୍ ସିଗ୍‌ନାଲ। ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରିବା ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି।

ଏନେଇ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଗୃହ ମନ୍ତ୍ରାଳୟ ଚିଠି ଲେଖିଛନ୍ତି। ଫାଇନାଲ ପରୀକ୍ଷା ନିଶ୍ଚିତ ଭାବେ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୟୁଜିସି ଗାଇଡଲାନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ମାନି ପରୀକ୍ଷା ହେବ ବୋଲି ଚିଠିରେ ଉଲ୍ଲେଖ ଅଛି। ସେପ୍ଟେମ୍ବରରେ ଶେଷ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହୋଇପାରିବ ବୋଲି ଗୃହମନ୍ତ୍ରାଳୟ କହିଛି।

ଦୀର୍ଘଦିନ ହେଲା ସ୍ଥଗିତ ଥିବା ପରୀକ୍ଷାକୁ ଅନ୍‌ଲକ୍‌-୨ରେ କରାଇବା ପାଇଁ ଉଚ୍ଚଶିକ୍ଷା ସଚିବଙ୍କ ପାଖକୁ ଚିଠି ଲେଖିଛି ଗୃହମନ୍ତ୍ରାଳୟ। ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ମଧ୍ୟ ଆକାଡେମୀ କ୍ୟାଲେଣ୍ଡରକୁ ପୁନଃ ନିରିକ୍ଷଣ କରିବାକୁ ୟୁଜିସିକୁ କହିଥିବା ଟ୍ୱିଟ୍ କରି ଜଣାଇଛନ୍ତି।

ତେବେ ନୂଆ ଗାଇଡ୍ ଅନୁସାରେ, ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ହେବ। ଯଦି କୌଣସି ଛାତ୍ରଛାତ୍ରୀ ସେପ୍ଟେମ୍ବର୍‌ରେ ପରୀକ୍ଷା ଦେଇପାରିଲେ ନାହିଁ, ତେବେ ପରେ ସେ କେମିତି ପରୀକ୍ଷା ଦେଇପାରିବେ ସେନେଇ ବ୍ୟବସ୍ଥା ରହିବ।

ପୂର୍ବରୁ ଅନେକ ରାଜ୍ୟ ଯଥା, ମହାରାଷ୍ଟ୍ର, ଓଡ଼ିଶା ମଧ୍ୟ ପ୍ରଦେଶ, ହରିଆଣା ଭଳି ରାଜ୍ୟ ଉଚ୍ଚଶିକ୍ଷା ପରୀକ୍ଷା ରଦ୍ଦ କରିଦେଇଥିଲେ। ପୂର୍ବ ପେପରରେ ପ୍ରଦର୍ଶନ ଆଧାରରେ ମାର୍କ ଦେବାକୁ ସ୍ଥିର ହୋଇଥିଲା। ଏବେ କେନ୍ଦ୍ରର ଅନୁମତି ପରେ ରଜ୍ୟୁଗଡ଼ିକ କେଉଁ ନିଷ୍ପତ୍ତି ନେବେ ତାହା ଉପରେ ନଜର। ନିକଟରେ ଗୁଜରାଟ ସରକାର କିନ୍ତୁ ଏହି ନିଷ୍ପତ୍ତିରୁ ଓହରି ଫାଇନାଲ୍‌ ପରୀକ୍ଷା କରାଇକୁ ନିଷ୍ପତ୍ତି ନେଇଥିଲେ।

You might also like