କରୋନା ଆକ୍ରାନ୍ତଙ୍କ ଶରୀରରେ ସଫଳ ହେଉଛି ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହିତ ଲଢେଇ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ପରୀକ୍ଷାମୂଳକ ଭାବେ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ପ୍ଲାଜ୍‌ମା ଥେରାପି ସଫଳ ହେଉଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଚାରି ଜଣ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ଲାଜମା ଥେରାପି କରାଯାଇଥିଲା ଓ ଏହା ସଫଳ ହେଉଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଜଣାପଡିଛି “।

ସେ ଆହୁରି କହିଛନ୍ତି, କରୋନାରେ ଆକ୍ରାନ୍ତଙ୍କ ଶରୀରରେ ପ୍ଲାଜମା ଥେରାପି କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। କିଛି ଲୋକଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ପାଇଁ ଅନୁମତି ମିଳିଥିଲା। ଆମେ ଅଧିକ ଟ୍ରାଏଲ କରିବୁ। ଏହାପରେ ସମସ୍ତ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଉପରେ ଏହାର ବ୍ୟବହାର କରିବାକୁ କେନ୍ଦ୍ରକୁ ଅନୁମତି ମାଗିବୁ।

କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରି ଚିକିତ୍ସାଧିନ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରି ଚିକିତ୍ସା କରାଯିବାକୁ ପ୍ଲାଜମା ଥେରାପି କୁହାଯାଉଛି

ଆହୁରି ପଢ଼ନ୍ତୁ

You might also like