ଜାମ୍ମୁ ଓ କାଶ୍ମୀର ସୋପିଆନରେ ଏନକାଉଣ୍ଟର : ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ବଡ଼ି ଭୋରରୁ ପୋଲିସର ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ। ମୃତ ଆତଙ୍କବାଦୀମାନେ ଲସ୍କର ଇ ତଏବା ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି । ୪ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଅପରେସନ ଶେଷ ହୋଇଥିବା ସେ କହିଛନ୍ତି  । ତେବେ ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ସକାଳେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଖବର ମିଳିଥିଲା।  କିନ୍ତୁ ଆହୁରି ମଧ୍ୟ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷା ବାହିନୀ ଅପରେସନ୍ ଜାରି ରଖିଥିଲେ ଏବଂ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ  ଆଉ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ନିହତ ଆତଙ୍କବାଦୀଙ୍କ ଠାରୁ ଗୋଟିଏ AK-47 ଏବଂ ତିନୋଟି ପିସ୍ତଲ ଉଦ୍ଧାର କରାଯାଇଛି।

ସୋପିଆନ ଜିଲ୍ଲା ମୁନିହାଲ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳକୁ କର୍ଡନ କରିଥିଲେ।  ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ହେଲେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୪ ଆତଙ୍କବାଦୀ ଟଳି ପଡ଼ିଥିଲେ ବୋଲି କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ସେ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି ଆଉ ତାଙ୍କୁ ତାକୁ ଧରିବା ଲାଗି ସେନା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି ।

 

 

You might also like