ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍‌କାଉଣ୍ଟର କରିଛନ୍ତି। ଏନକାଉଣ୍ଟର୍‌ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଛନ୍ତି । ଘଟଣାସ୍ଥଳରୁ AK-୪୭ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ମଧ୍ୟ ହୋଇଛି। ତେବେ ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ପୂର୍ବରୁ ଜୁନ୍‌ ୧୬ରେ ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ  ବୁଧବାର ସକାଳୁ ସକାଳୁ  ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ  ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଏହି ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। 

ମୃତକଙ୍କପରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ସର୍ଚ୍ଚ ଅପରେଶନ ସମୟରେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭,  SLR, ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ କରିଥିଲା ପୋଲିସ । ପ୍ରକୃତରେ ଏନକାଉଣ୍ଟରରେ କେତେ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନଥିଲା। କୋୟୁରୁ ମଣ୍ଡଳ ମମ୍ପାଠାରୁ ମାତ୍ର ୧୦ କିମି ଦୂର ୟୁ ଚିଦିପାଲେମ ଗାଁରେ ନକ୍ସଲମାନେ ଲୁଚିଥିବା ନେଇ କୌଣସି ସୂତ୍ରରୁ  ପୋଲିସକୁ ସୂଚନା ମିଳିଥିଲା ଆଉ ତାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Other Stories