ପୁଲୱାମାରେ ପୁଣି ଏନ୍‌କାଉଣ୍ଟର; ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପୁଲୱାମା ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଆଜି ପୁଣି ଗୁଳି ବିନିମୟ ଘଟିଛି। ପୁଲୱାମାର ଗୁସୁ ଇଲାକାରେ ଏହି ଏନ୍‌କାଉଣ୍ଟର ଚାଲିଛି।  ଏଠାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀମାନେ ମିଳିତ ଅପରେସନରେ ବାହାରିଥିଲେ।

ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଅନ୍ୟପକ୍ଷେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହିତ ଜଣେ ପୋଲିସ ଓ ଜଣେ ସୁରକ୍ଷା କର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ଅଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁରକ୍ଷାକର୍ମୀମାନେ ପୁରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆହୁରି ୨ରୁ ୩ ଜଣ ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି। ମୃତ ଆତଙ୍କୀ ଜୈଶ ଇ ମହମ୍ମଦର ବୋଲି ପୋଲିସ ସୂତ୍ରରୁ ସୂଚନା।

ସୂଚନାଥାଉ କି, ଚଳିତବର୍ଷ ସୁରକ୍ଷାକର୍ମୀମାନେ ୧୨୨ ଆତଙ୍କୀଙ୍କୁ ଏନ୍‌କାଉଣ୍ଟରରେ ମାରିଛନ୍ତି। ଏମାନଙ୍କ ମଧ୍ୟରୁ ଗତମାସରେ ୨୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ।

You might also like