କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଯବାନ ଗୁରୁତର ହୋଇଥିଲେ। ଗତ ୧୩ ତାରିଖରେ ଅନନ୍ତନାଗରେ ମଧ୍ୟ ସିଆର୍‌ପିଏଫ୍‌ ପେଟ୍ରୋଲିଂ ପାର୍ଟି ଉପରେ ହମ୍‌ଲା ହୋଇଥିଲା। ଅନନ୍ତନାଗରେ ହଠାତ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ। ଏହି ଗୁଳିମାଡ଼ରେ ସିଆର୍‌ପିଏଫ୍‌ର ୨ ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

 

You might also like