ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ପୁଣିଥରେ ଏନ୍‌କାଉଣ୍ଟର୍‌ ହୋଇଛି। କୁପୱାଡ଼ା ଜିଲ୍ଲା ହନ୍ଦଓ୍ୱାରା ଅଞ୍ଚଳର ଲାଙ୍ଗଏଟି ଗାଁରେ ଦୁଇ ଜଣ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ।

ଲାଙ୍ଗଏଟି ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସେନା। ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କୀ। ଜାହାର କଡ଼ା ଜବାବ ଦେଇଛନ୍ତି ଯବାନ। ତେବେ ଏହି ଏନ୍‌କାଉଣ୍ଟର ପରେ ଏବେ ବି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାବଳ କର୍ଡନ୍ କରି ସର୍ଚ୍ଚ ଅପରେସନ୍ କରୁଛି।

You might also like