ଏନ୍କାଉଣ୍ଟରରେ ୨ ଆତଙ୍କୀ ନିହତ
ଶ୍ରୀନଗର: ସୀମାନ୍ତରେ ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ ।
ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର ଜଣେ ଯବାନ ଆହତ ହୋଇଛନ୍ତି ।
ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୋଜିଥ୍ ଗାଁର ବାସିନ୍ଦା ଓ ତାଙ୍କ ନାମ ଇଶାଫ ରସିଦ। ସେ ୨୦୧୮ରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା। LeT କମାଣ୍ଡରମାନଙ୍କ ମଧ୍ୟରୁ ସେ ଜଣେ ଏବଂ ତାଙ୍କ ନାଁରେ ଅନେକ ଆତଙ୍କୀ ମାମଲାରେ ରହିଛି। ନିହତ ଅନ୍ୟ ଜଣେ ଆତଙ୍କୀ ପୁଲୱାମା ଜିଲ୍ଲାର ଓ ସେ LeT କ୍ୟାଡରର ଅଜାଜ ଭଟ ବୋଲି ଜଣାପଡ଼ିଛି।
ବିଶେଷ ସୂତ୍ରରୁ ଖବର ପାଇ ଅପରେସନ ଆରମ୍ଭ କରିଥିଲା ସେନା । ୨୯ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଏବଂ ସିଆରପିଏଫ ପକ୍ଷରୁ ମିଳିତ ଅଭିଯାନ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଅଂଚଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ।