ସୀମାନ୍ତରେ ଏନ୍‌କାଉଣ୍ଟର; ୩ ଆତଙ୍କୀ ନିପାତ୍‌

ଶ୍ରୀନଗର:  ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ସୋପିଆନ୍ ସୁଗୋ ଅଞ୍ଚଳରେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଏନ୍‌କାଉଣ୍ଟର ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି । ଏକ ଘର ଭିତରେ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତି ସାଢେ ଗୋଟାଏରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ।  ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଗତ ରବିବାରଠାରୁ ସୋପିଆନ ଜିଲ୍ଲାରେ ଏହା ତୃତୀୟ ଅପରେସନ।  ରବିବାର ଓ ସୋମବାର ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଟ ୯ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ୧୫ ଦିନ ଭିତରେ ଜାମ୍ମୁ ଓ କାଶ୍ମୀରରେ ୮ ଟପ୍ କମାଣ୍ଡର ସମେତ ୨୨ ଆତଙ୍କବାଦୀଙ୍କୁ ନିପାତ କଲାଣି ସେନା।

ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ରାଜୌରୀ ଜିଲ୍ଲାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ରାଜୌରୀ ନୌସେରା ସେକ୍ଟରରେ ଏଲ୍ଓସି ନିକଟରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳିଗୋଳା ମାଡ଼ କରାଯାଇଛି ।ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବ ଦେଇଛି।

You might also like