ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ।  ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଛାଡି ଯାଇଛନ୍ତି। ଏହି ମାରଣାସ୍ତ୍ର ଉଦ୍ଧାର କରି ଅପରେସନ ଜାରି ରଖିଛି କାଶ୍ମୀର ପୋଲିସ ।

ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଆଜି ଭୋରରୁ କାଶ୍ମୀର ପୋଲିସ ଓ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା।

ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ରାଜୌରୀ ଜିଲ୍ଲାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଯବାନ ସହିଦ ହୋଇଛନ୍ତି ।ଏହାସହ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି । ରାଜୌରୀ ନୌସେରା ସେରରେ ଏଲ୍ଓସି ନିକଟରେ ପାକ ସେନା ପ୍ରଥମେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା। ଏହା ଦୃଢ଼ ଜବାବ ଦେଇଥିଲେ  ଭାରତୀୟ ସେନା ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like