ଜୁଲାଇ ୩୧ ପର୍ଯ୍ୟନ୍ତ ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଆମ ସମସ୍ତଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି। ତେଣୁ ଘରୁ କାମ କରିବା ପ୍ରକ୍ରିୟାକୁ ଅଧିକ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ଘରୁ କାମ କରିବା ପାଇଁ ରହିଥିବା କୋହଳ ଅବଧିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଦେଶର ପ୍ରାୟ ୮୫ ପ୍ରତିଶତରୁ ଅଧିକ ଆଇଟି ସେକ୍ଟରର କାର୍ଯ୍ୟ ଘରେ ରହି କରାଯାଉଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ସାମ୍ବାଦିକ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like