ସର୍ବସାଧାରଣରେ ନମାଜ୍‌ ପାଠ ମନା

ନୂଆଦିଲ୍ଲୀ: ନୋଏଡ଼ା ପୁଲିସ୍‌ର ଅଜବ ନୋଟିସ୍‌କୁ ନେଇ ଏବେ ବିବାଦ ଦେଖାଦେଇଛି। ସର୍ବସାଧାରଣ ତଥା ପାର୍କ୍‌ରେ ନମାଜ୍ ପାଠ ନ କରିବାକୁ ନୋଏଡ଼ା ପୁଲିସ୍‌ ନୋଟିସ୍ ଜାରି କରିଛି।

ନୋଏଡ଼ା ସେକ୍ଟର୍ ୫୮ର ଥାନା ଅଧିକାରୀ ଏନେଇ ସମସ୍ତ କମ୍ପାନୀକୁ ଲିଖିତ ଭାବେ ଜଣାଇଛନ୍ତି। ସେହି ଅଞ୍ଚଳରେ ଥିବା କମ୍ପାନୀ ଗୁଡ଼ିକର କର୍ମଚାରୀ ଯେପରି ପାର୍କ କିମ୍ବା ଅନ୍ୟ ଅଞ୍ଚଳରେ ନମାଜ୍‌ ପାଠ ନ କରିବେ ସେନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ କୁହାଯାଇଛି।

ଯଦି କୌଣସି କର୍ମଚାରୀ ନିକଟରେ ଥିବା ପାର୍କରେ କୌଣସି ଧାର୍ମିକ ଗତିବିଧିରେ ସଂପୃକ୍ତ ରୁହନ୍ତି ତେବେ ଏନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ହୋଇଛି।

ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ନୋଏଡ଼ା ଏସ୍ଏସ୍‌ପି ଅଜୟ ପାଲ୍ ନିଜ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କହିବା ଅନୁଯାୟୀ, କେବଳ ନମାଜ ନୁହେଁ ସମସ୍ତ ଧାର୍ମିକ କାର୍ଯ୍ୟ ପାଇଁ ମଧ୍ୟ ଏହି ନୋଟିସ୍ ଜାରି ହୋଇଛି।

You might also like