ସତ ହେବ କି ଏକଜିଟ୍ ପୋଲ ଆକଳନ ? ଗଡ଼ ହାତେଇବେ ଦିଦି !

କୋଲକାତା: ଆଜି ୪ ରାଜ୍ୟ ଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାୟ ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରିଛି। ତେଣୁ ରାଜନୈତିକ ଦୃଷ୍ଟି କୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ଫଳାଫଳକୁ ନେଇ ଉତ୍କଣ୍ଠା ରହିଛି ।

ଭୋଟ ଗଣତି ଆରମ୍ଭ ବେଳେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ତେବେ ଭୋଟ ଗଣତି ଆଗକୁ ବଢ଼ିବା ସହ ଟ୍ରେଣ୍ଡ ମଧ୍ୟ ବଦଳିଛି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ, ୧୬୭ ଆସନରେ ଟିଏମସି ଆଗୁଆ ଥିବାବେଳେ ବିଜେପି ୧୨୨ଟି ଆସନରେ ଲିଡ୍‌ କରୁଛି। ମ୍ୟାଜିକ ନମ୍ବର ୧୪୮ ଥିବାବେଳେ ଟିଏମସି ୧୬୭ ଆସନରେ ଆଗୁଆ ରହିଛି ତେଣୁ ପଶ୍ଚିମବଙ୍ଗରେ ପୁଣିଥରେ ଟିଏମସି ଜିତିବାର ସମ୍ଭାବନା ରହିଛି ତେଣୁ ପୁଣିଥରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଶାସନ କରିବେ ବୋଲି କୁହାଯାଉଛି। ହେଲେ ଟ୍ରେଣ୍ଡରେ ପରିବର୍ତ୍ତନ ହେଉଥିବାରୁ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।

You might also like