ଜାତୀୟ ମାନ୍ୟତା ହରାଇପାରନ୍ତି ଏହି ୩ ଦଳ

ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତେବେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ୍ ୧୯ରେ ନିର୍ବାଚନ ଆୟୋଗ ଏହି ସବୁ ଦଳଗୁଡ଼ିକୁ ଜବାବ ତଲବ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା କି ଯେହେତୁ ନିର୍ବାଚନରେ ସେମାନଙ୍କ ଦଳ ଆବଶ୍ୟକ ପ୍ରତିଶତରୁ କମ୍ ଭୋଟ୍ ପାଇଛି, ତେଣୁ କାହିଁକି ଦଳର ଜାତୀୟ ମାନ୍ୟତା ପ୍ରତ୍ୟାହାର ନହେବ।

ଏହାପରେ ଦଳଗୁଡ଼ିକ ଜବାବ ରଖି କହିଥିଲେ, ୨୦୨୪ ଲୋକସଭା ନିର୍ବାଚନ ଯାଏ ନିର୍ବାଚନ ଆୟୋଗ ସେମାନଙ୍କର ଜାତୀୟ ମାନ୍ୟତା ନକାଟୁ। ପୂର୍ବରୁ ଅନେକ ଥର ନିର୍ବାଚନ ଆୟୋଗ ଦଳଗୁଡ଼ିକ ଉପରେ କଟକଣା କୋହଳ କରିଛନ୍ତି। ତେଣୁ ଏହି ଆଧାରରେ ସେମାନଙ୍କ ଦଳର ଜାତୀୟ ମାନ୍ୟତା ରଦ୍ଦ ନହେଉ ବୋଲି ଟିଏମସି, ସିପିଆଇ ଓ ଏନସିପି କହିଥିଲେ।

ନିର୍ବାଚନ ଆୟୋଗର ୧୯୬୮ ମସିହାରୁ ପ୍ରଚଳିତ ନିୟମ ଅନୁଯାୟୀ ଯେଉଁ ଦଳ ଅତିକମରେ ୪ଟି ରାଜ୍ୟରେ ନିର୍ବାଚନ ଲଢ଼ିଥିବ, ଏବଂ ୬ ପ୍ରତିଶତ ଭୋଟ୍ ପାଇଥିବ ଓ ଲୋକସଭା ନିର୍ବାଚନରେ ନ୍ୟୁନତମ ୨ ପ୍ରତିଶତ ଭୋଟ୍ ପାଇଥିବ, ସେହି ଦଳଗୁଡ଼ିକ ଜାତୀୟ ମାନ୍ୟତା ମିଳିବ।

ଏବେ ଟିଏମସି, କଂଗ୍ରେସ, ବିଜେପି, ବିଏସପି, ସିପିଆଇ, ମାକପା, ଏନସିପି ଏବଂ ନ୍ୟାଶନାଲ ପିପୁଲସ ପାର୍ଟି ଅଫ୍ ମେଘାଳୟ ଜାତୀୟ ଦଳର ମାନ୍ୟତା ପାଇଛନ୍ତି। ଯଦି ଟିଏମସି, ସିପିଆଇ ଓ ଏନସିପିର ଜାତୀୟ ମାନ୍ୟତା ନିର୍ବାଚନ ଆୟୋଗ ହଟାଇ ଦେବେ ତାହେଲେ ଦେଶର ଜାତୀୟ ମାନ୍ୟତା ପ୍ରାପ୍ତ ଦଳର ସଂଖ୍ୟା ୫କୁ ଖସି ଆସିବ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like