ସାହସ ଦେଖାଇ ଡକାୟତଙ୍କ ସହ ଲଢ଼ିଥିଲେ ବୃଦ୍ଧ ଦମ୍ପତି ; ସମ୍ମାନିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ : ଡକାୟତଙ୍କୁ ସାହସିକତାର ସହ ମୁକାବିଲା କରିଥିବା ତାମିଲନାଡୁର ବୃଦ୍ଧ ଦମ୍ପତିଙ୍କୁ ରାଜ୍ୟସରକାର ପୁରସ୍କୃତ କରିଛନ୍ତି। ପି. ଶନମୁଗାଭେଲୁ ଓ ତାଙ୍କ ସ୍ତ୍ରୀ ସେନ୍ଥାମାରାଇଙ୍କୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ୨ଲକ୍ଷ ଟଙ୍କା ସହ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛନ୍ତି।

ଖାଲି ହାତରେ ସଶସ୍ତ୍ର ଲୁଟେରାଙ୍କ ସେମାନେ ମୁକାବିଲା କରିଥିଲେ। ତିରୁନେଲଭେଲି ଅଂଚଳରେ ବୃଦ୍ଧ ଦମ୍ପତ୍ତି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ଜଣେ ଲୁଟେରା ଏକ ଗାମୁଛା ସାହାଯ୍ୟରେ ବୃଦ୍ଧଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟ ଜଣେ ବୃଦ୍ଧାଙ୍କୁ କାତି ଦେଖାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲା। ତେବେ ଏଥିରେ ଡରି ନଯାଇ ଉଭୟ ଲୁଟେରାଙ୍କ ମୁକାବିଲା କରିଥିଲେ। ଅଗଣାରେ ଥିବା ତପଲ, ଝାଡୁ, ଷ୍ଟୁଲ  ଓ ଚେୟାର ସାହାଯ୍ୟରେ ସେମାନେ ଲୁଟେରାଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲେ ଦୀର୍ଘ ସମୟ ଧରି ମୁହାଁମୁହିଁ ହେବା ପରେ ଲୁଟେରାମାନେ ଡରି ପଳାଇ ଯାଇଥିଲେ।

ଆକ୍ରମଣରେ ବୃଦ୍ଧା ଜଣଙ୍କ ଆହତ ହୋଇଥିବା ବେଳେ ଲୁଟେରା ପ୍ରାୟ ୩୦ ଗ୍ରାମ ଓଜନର  ସୁନା ଚେନ ଝାମ୍ପି ନେଇ ଚାଲିଯାଇଥିଲେ । ତେବେ ସିସିଟିଭିରେ କଏଦ୍ ଭିଜୁଆଲ ପଦାକୁ ଆସିବା ପରେ ବୃଦ୍ଧ ଦମ୍ପତିଙ୍କ ସାହସିକତାକୁ ନେଇ ଚର୍ଚ୍ଚା ହୋଇଥିଲା।

 

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like