ନ୍ୟୁଜ୍‌ ଦେଖିବାକୁ ଯୁବତୀଙ୍କଠୁ ମୋବାଇଲ ମାଗି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କଲେ ଅଜଣା ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ବାବଦରେ ଖବର ଜାଣିବା ନାମରେ ଅଜଣା ଯୁବତୀଙ୍କଠାରୁ ମୋବାଇଲ ମାଗିବା ପରେ ଜଣେ ବ୍ୟକ୍ତି ‘ଏଚ୍‌ଡି ପର୍ଣ୍ଣ’ ସର୍ଚ୍ଚ କରିବା ଘଟଣା ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବତୀ ଜଣକ ଟ୍ୱିଟର୍‌ରେ ସେଦିନର ଘଟଣା ବାବଦରେ ବଖାଣିବା ପରେ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି।

ଯୁବତୀ ଜଣକ ସ୍କ୍ରିନ୍‌ ଶଟ୍‌ ଦେଇ ବଖାଣିଛନ୍ତି, ମୁଁ ହଷ୍ଟେଲକୁ ଫେରୁଥିଲି। ଜଣେ ବୟସ୍କ ମଉସା ମୋ ପାଖକୁ ଆସି ଇଣ୍ଟରନେଟ୍‌ ଅଛି କି ନାହିଁ ପଚାରିଲେ। ଏହାପରେ ସେ ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ଦେଖାଇବାକୁ ଅନୁରୋଧ କରିଥିଲେ। ସେ ସମ୍ପର୍କିତ ଏକ ଆର୍ଟିକିଲ ଦେଖାଇବାରୁ ସେ ବ୍ୟାକ୍‌ କରିବାକୁ କହିଥିଲେ ଏବଂ ପଚାରିଥିଲେ ଏ ମୋବାଇଲରେ କ’ଣ ସବୁ କିଛି ଦେଖି ହେବ।

ଏହା ପରେ ଯୁବତୀ କାମ ଅଛି କହି ବାହାରିବାକୁ ପ୍ରୟାସ କରୁଥିବାବେଳେ ସେ ପଚାରିଥିଲେ ଏଥିରେ ‘ଏଚ୍‌ଡି ପର୍ଣ୍ଣ’ ଦେଖିହେବ। ଏହାପରେ ସେ ନିଜେ ମୋବାଇଲରେ ‘ଏଚ୍‌ଡି ପର୍ଣ୍ଣ’ ଟାଇପ୍‌ କରିବା ଆରମ୍ଭ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବତୀ ଜଣକ ମୋବାଇଲ ଛଡ଼ାଇବା ସହ ସେଠାରୁ ପଳାଇ ଆସିଥିଲେ।

ଯୁବତୀ ଜଣକ କହିଛନ୍ତି, ସେ ବୟସରେ ୫୫-୬୦ ବର୍ଷର ଭଳି ଲାଗୁଥିଲେ। ମୁଁ ଭାବିଲି ତାଙ୍କୁ କିଛି ସାହାଯ୍ୟ କରିଦେବି। କାଳେ ତାଙ୍କର କେହି ଏହି ଭୁଶୁଡ଼ି ପଡ଼ିଥିବା କୋଠାରେ ଫସି ରହିଥିବେ। କିନ୍ତୁ ଏମିତି ଘଟିବ ବୋଲି ମୁଁ ଜାଣିନଥିଲି।

ତେବେ ମୁମ୍ବାଇ ପୁଲିସ୍‌ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ସମ୍ପର୍କରେ ଯୁବତୀ ଜଣକ ବଖାଣିଥିବା ଟ୍ୱିଟର୍‌ ଆକାଉଣ୍ଟଟି ଟ୍ୱିଟରରୁ ଗାୟବ୍‌ ହୋଇଯାଇଥିବା ଜଣାପଡ଼ିଛି।

You might also like