କରୋନାକୁ ମାତ୍‌ ଦେଲେ ୯୦ ବର୍ଷର ବୃଦ୍ଧ ଦମ୍ପତି

Covid-19 Delhi: Elderly Couple Over 8 Years Beat Coronavirus In Delhi

ନୂଆଦିଲ୍ଲୀ: ଅଲଜାଇମର ରୋଗରେ ପୀଡିତ ଦିଲ୍ଲୀର ଜଣେ ୮୭ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୯୦ ବର୍ଷ ବୟସ୍କ ସ୍ୱାମୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। କରୋନା ସହ ଲଢି ସୁସ୍ଥ ହେବା ପରେ ଏବେ ଉଭୟେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ୱରେ କରୋନାରେ ଅଧିକ ବୟସ୍କ ଲୋକଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତ୍ତିଙ୍କ ସୁସ୍ଥ ହେବା ଘଟଣା ରୋଗୀ ତଥା ଡାକ୍ତରଙ୍କ ପାଇଁ ନିଶ୍ଚୟ ଆଶାର କିରଣ ଅଟେ।

ମେ’ ୨୫ ତାରିଖରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥିଲା।  ତେବେ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କୋଭିଡ -19 ପାଇଁ ପରୀକ୍ଷା କରାଯାଇଥିଲା ଏବଂ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।  ତାଙ୍କ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା।  ଟେଷ୍ଟ ପରେ ତାଙ୍କ ସ୍ୱାମୀ ମଧ୍ୟ ସଂକ୍ରମିତ ଥିବା ଜଣାପଡିଥିଲା

ପ୍ରଥମେ ଏହି ଦମ୍ପତିଙ୍କୁ ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକ ନିୟମିତ ଭାବେ ତଦାରଖ କରାଯାଉଥିଲା।  ଉପଯୁକ୍ତ ଚିକିତ୍ସା ପରେ ପ୍ରଥମ ୧୦ ଦିନରେ ତାଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଦେଖିବାକୁ ମିଳିଥିଲା।  କରୋନା ମୁକ୍ତ ହେବା ପରେ ମହିଳାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା।

ବରିଷ୍ଠ ପରାମର୍ଶଦାତା ତଥା ଅର୍ଥୋପେଡିକ୍ ସର୍ଜନ ଡକ୍ଟର ଯତିନ୍ଦ୍ର ଖରବନ୍ଦା କହିଛନ୍ତି ଯେ,  ବୃଦ୍ଧାବସ୍ଥା ତଥା ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି କରୋନା ବିପଦ ଅଧିକ ରହିଛି।  ପ୍ରତିବର୍ଷ ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଏତେ ଦୁର୍ବଳ ହୋଇଯାଏ ଯେ ସଂକ୍ରାମକ ରୋଗ ବିପଦ ସେମାନଙ୍କ ପ୍ରତି ବେଶି ରହିଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ, ଯଦିଓ ତାଙ୍କ ସ୍ୱାମୀଙ୍କ ସାମାନ୍ୟ ଲକ୍ଷଣ ଥିଲା ତଥାପି ତାଙ୍କର ବୟସ ଓ ଅନେକ ରୋଗକୁ ଦୃଷ୍ଟିରେ ରଖି ପ୍ରତି ମିନିଟ୍‌ରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲୁ। ସେ ମଧ୍ୟ କରୋନାମୁକ୍ତ ହୋଇ ପାରିଛନ୍ତି।

 

You might also like