୨୪ ଘଣ୍ଟାରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ।  ଗତ ୨୪ ଘଣ୍ଟା ଭିତରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ନିକଟତର ହୋଇଛି।

ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୨ ହଜାର ୨୨୮ ଆକ୍ରାନ୍ତ ହୋଇଥିବା ବେଳେ ୨୦୯୮ ମୃତ୍ୟୁ ହୋଇଛି।

ଗୁଜରାଟ ୯୮୦, ଦିଲ୍ଲୀ ୩୯୮, ମଧ୍ୟପ୍ରଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୧ ହଜାର ୨୬୪ ଜଣ କରୋନା ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୨ ହଜାର ୩୭୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଓ ଆସମରେ ରେକର୍ଡ ସଂଖ୍ୟାକ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ଓଡ଼ିଶାରେ ମଧ୍ୟ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ହାଜେରେ ଛୁଇଁଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ ରହିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ୭୬୦ ସକ୍ରିୟ ଥିବା ବେଳେ ୭ ଜଣଙ୍କର ଜୀବନ ଯାଇଛି। ସେହିପରି ଅନ୍ୟ କାରଣରୁ ୨ ଜଣଙ୍କର ଜୀବନ ଯାଇଛି।

You might also like