ଘନ କୁହୁଡ଼ି ଯୋଗୁ ସିରିଜ୍‌ ଦୁର୍ଘଟଣା: ୮ ମୃତ୍ୟୁ, ୫୦ରୁ ଅଧିକ ଗାଡ଼ି ନଷ୍ଟ

ଚଣ୍ଡିଗଡ଼: ହରିୟାଣାର ରୋହତକରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଗାଡ଼ି ନଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

ସକାଳେ ଘନ କୁହୁଡ଼ି ଯୋଗୁ ରୋହତକ-ରେବାରୀ ଜାତୀୟ ରାଜପଥରେ ଝାଝରଠାରେ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ହଠାତ ଦୃଶ୍ୟମାନ ଦୂରତା କମିଯିବାରୁ ରାଜପଥ ଉପରେ ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ୨ କିଲୋମିଟର୍‌ ଯାଏ ରାସ୍ତା ଜାମ୍‌ ହୋଇ ରହିଥିଲା। ଦୁର୍ଘଟଣାରେ ଗୋଟିଏ ସ୍କୁଲ୍ ବସ୍ ବି କ୍ଷତିଗ୍ରସ୍ତ ହୋଇଛି।

 

 

You might also like