କାଲି ଦେଶବ୍ୟାପୀ ପାଳନ ହେବ ଇଦ୍

ନୂଆଦିଲ୍ଲୀ: ଦେଶବ୍ୟାପୀ ଆସନ୍ତାକାଲି ପାଳନ ହେବ ଇଦ୍। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଧର୍ମାବଲମ୍ବୀ। ଚାନ୍ଦ ଦର୍ଶନ ସହ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ।

ତେବେ ଏଥର କରୋନା କଟକଣା ଯୋଗୁ ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ତେଣୁ ଇଦ୍ ବଦଳରେ ଘରେ ବସି ନମାଜ ପାଠ କରିବାକୁ ମୁସଲିମ ଧର୍ମଗୁରୁ ମାନେ ଅନୁରୋଧ କରିଛନ୍ତି। ସେହିଭଳି କୋଭିଡ୍ ଗାଇଡଲାଇନର କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ନିବେଦନ କରାଯାଇଛି।

ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିବାରୁ ରବିବାର ଇଦ୍ ପାଳନ ହୋଇନଥିଲା। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଥିଲେ ଦିଲ୍ଲୀ ଜାମା ମସଜିଦ୍‌ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ। ସେହିଭଳି କଟକ ସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ୍ ଘୋଷଣା କରିଥିଲେ। 

You might also like