ଲକ୍‌ଡାଉନ କଟକଣା ଭିତରେ ପାଳିତ ହେଲା ଇଦ୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ ସତ୍ତ୍ୱେ ଆଜି ସାରାଦେଶରେ ହର୍ଷ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ଇଦ୍ । ରବିବାର ଚାନ୍ଦ ଦେଖିବା ପରେ ଆଜି ଇଦ-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ।

ପବିତ୍ର ରମଜାନ ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଏହି ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି ।ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ । ତେବେ ଏଥର କରୋନା କଟକଣା ଲାଗି ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ ।

ସମୂହ ନମାଜ ପାଠ ବଦଳରେ ଘରେ ବସି ନମାଜ ପାଠ କରିବାକୁ ମୁସଲିମ ଧର୍ମଗୁରୁମାନେ ଅନୁରୋଧ କରିଛନ୍ତି । ସେହିଭଳି କୋଭିଡ୍ ଗାଇଡଲାଇନ ଅନୁସାରେ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ନିବେଦନ କରାଯାଇଛି ।

You might also like