ଆଜି ପାଳନ ହେବନି ‘ଇଦ୍‌’

କଟକ:ରବିବାର ପାଳନ ହେବନି ଇଦ୍।  ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିଲା। ରବିବାର ମଧ୍ୟ ଜହ୍ନ ଦେଖା ଯିବ ନାହିଁ। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦ୍‌ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ।

ସେହିଭଳି କଟକ ସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ୍ ଘୋଷଣା କରିଛି। ଆଜି ନୁହେଁ ବରଂ ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦ୍। ଏଥର ଇଦ୍‌ରେ ସମୂହ ନମାଜ ପାଠ ହେବ ନାହିଁ । କୋଭିଡ୍ ଗାଇଡଲାଇନ ମଧ୍ୟରେ କଡ଼ାକଡ଼ି ଭାବେ ପାଳନ ହେବ ଇଦ୍‌।

କୌଣସି ମସଜିଦରେ ସମୂହ ନମାଜ ପାଠ ପାଇଁ ସରକାର ଅନୁମତି ଦେଇ ନଥିବାରୁ ମସଜିଦକୁ ନଆସିବା ପାଇଁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଅପିଲ୍ କରିଛନ୍ତି କଟକ ଡିସିପି । ସମସ୍ତ ମସଜିଦ୍‌ରେ କେବଳ ୫ଜଣ ମୌଲବିଙ୍କୁ ନମାଜ ପାଠ କରିବା ପାଇଁ ଅନୁମତି ଦିଆଯାଇଥିବାବେଳେ ବିଭିନ୍ନ ମସଜିଦର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ମଧ୍ୟ ହୋଇଛି।

You might also like