ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି।

ସେପଟେ କେନ୍ଦ୍ର ସରକାରଙ୍କ ନୂଆ ପରିବେଶ ପ୍ରଭାବ ଆକଳନ (EIA) ୨୦୨୦ ଡ୍ରାଫ୍ଟକୁ ନେଇ ଆରମ୍ଭରୁ ଦେଖାଦେଲାଣି ବିବାଦ। ଏହି ଚିଠା ପ୍ରସ୍ତାବକୁ କଡ଼ା ବିରୋଧ କରିଛନ୍ତି ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରି କହିଛନ୍ତି, “କେନ୍ଦ୍ରର ସୁଟ୍ ବୁଟ୍ ସରକାର ନିଜର ଶିଳ୍ପପତି ବନ୍ଧୁଙ୍କୁ ସହଯୋଗ କରିବାକୁ ଏହି ଚିଠା ପ୍ରସ୍ତାବ ଆଣିଛନ୍ତି। ଏହା ଜରିଆରେ ମୋଦି ସରକାର ଦେଶରୁ ଲୁଟ୍ କରିବାର ଷଡ଼ଯନ୍ତ୍ର କରୁଛନ୍ତି।” ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ରାହୁଲ ଦାବି କରିଛନ୍ତି।

ଏହାର ଜବାବରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ଏହା କେବଳ ଏକ ଚିଠା ପ୍ରସ୍ତାବ ଆଇନ ନୁହେଁ। ପରିବେଶ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କଠାରୁ ପ୍ରସ୍ତାବ ମଗାଯାଇଛି। ଏଥିରେ ବିରୋଧୀ କାହିଁକି ଛାନିଆ ବୋଲି ସେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରିର ପ୍ରକ୍ରିୟାକୁ ନେଇ ଗତ ମାର୍ଚ୍ଚ ମାସରେ ଏକ ଚିଠା ପ୍ରସ୍ତାବ ଜରିଆରେ ଲୋକଙ୍କଠାରୁ ମତାମତ ମାଗିଛନ୍ତି କେନ୍ଦ୍ର ସରକାର।

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like