ପିରାମିଡ୍ ଆଗରେ ଫଟୋସୁଟ୍ କରି ଫସିଲେ ମଡେଲ
ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ସେଠାକାର ସରକାର। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟ କରିଥିବା ହୁସେନ ମହମ୍ମଦ ନାମକ ଫଟୋ ଗ୍ରାଫରଙ୍କୁ ମିଶର ପୋଲିସ ଗିରଫ କରିଛି।
View this post on Instagram
ମିଶରର ଫ୍ୟାସନ ମଡେଲ ସଲମା-ଏଲ-ସିମି ଏଭଳି ଅଶ୍ଲୀଳ ଫଟୋ ସବୁ ସୋସିଆଲ୍ ମିଡିଆାରେ ପୋଷ୍ଟ କରିବା ପରେ ବିବାଦ ଉପୁଜିଥିଲା। ବିବାଦ ପରେ ଏହି ଫଟୋକୁ ନେଇ ଲୋକେ ଚର୍ଚ୍ଚା ଆରମ୍ଭ କରିଥିଲେ। ଏଭଳି ଏକ ପ୍ରାଚୀନ ସ୍ଥଳରେ ସାଧାରଣ ଫଟୋ ଉଠାଇବାକୁ ଅନୁମତି ନଥିବା ବେଳେ ସଲମା କିଭଳି ଫଟୋସୁଟ କଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହା ପରେ ବିବାଦ ଘେରକୁ ଆସିଥିଲେ ଏହି ମଡେଲ ଓ ଫଟୋଗ୍ରାଫର।
ମିଶରର ରାଜଧାନୀ କାହିରାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଜୋଜର ପିରାମିଡ ଆଗରେ ସଲମା ଫାରୋ ଷ୍ଟାଇଲ ଆଣ୍ଟିକ ଡ୍ରେସ ପିନ୍ଧି ଫଟୋସୁଟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପୋଷାକ ଓ ସ୍ଥାନ ଉପରେ ଆପତ୍ତି ଉଠାଇ ମଡେଲର ସଲମା-ଏଲ-ସିମିଙ୍କୁ ସମନ କରିଥିବା ବେଳେ ଫଟୋ ଉତ୍ତୋଳନ କରିଥିବା ହୁସେନ ମହମ୍ମଦଙ୍କୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ:MDH ମସଲାର ମାଲିକ ମହାଶୟ ଧର୍ମପାଲ୍ଙ୍କ ପରଲୋକ
ଅନ୍ୟପଟେ ପୂରାତନ ସ୍ଥାନରେ ଫଟୋସୁଟ୍ କରିବାକୁ ସରକାରଙ୍କ ଅନୁମତି ଦରକାର ପଡ଼େ ବୋଲି ଜାଣିନଥିବା କହିଛନ୍ତି ସଲମା। ମିଶରର ଟୁରିଜମକୁ ପ୍ରୋତ୍ସାହନ ଦେବାକୁ ସେ ଏଭଳି ଫଟୋସୁଟ୍ କରିଥିବା ବେଳେ କାହା ମନକୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ ବୋଲି କହିଛନ୍ତି ସଲମା।