ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲିଲେ ମନ୍ତ୍ରୀ

ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ।

ସ୍କୁଲରେ ଓଡ଼ିଆ ବହି ମିଳି ନଥିବା ଜାଣିବା ପରେ ଏହାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅାନ୍ଧ୍ର ସରକାର ଓଡ଼ିଆ ସ୍କୁଲ ପାଇଁ ବ୍ୟବସ୍ଥା କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍କଳ ସମ୍ମିଳନୀ ପକ୍ଷରୁ ମଧ୍ୟ ଅାନ୍ଧ୍ରରେ ଥିବା ଓଡ଼ିଆଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ମଧ୍ୟ ଅାର୍ଥିକ ବ୍ୟବସ୍ଥା କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like