ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ତିଆରି କଲେ ଦିଲ୍ଲୀ ଆଇଆଇଟି ଛାତ୍ର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ଭାରତରେ। ଦିଲ୍ଲୀ ଆଇଆଇଟି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କରୋନା କିଟ୍- କରୋ ସିଓର୍। ମାତ୍ର ୬୫୦ ଟଙ୍କାରେ ଏହି କିଟ୍ ଦ୍ୱାରା କରୋନା ପରୀକ୍ଷା ହୋଇପାରିବ ବୋଲି ଦାବି ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ।

RT-PCR ଭାବେ ଏହି ଟେଷ୍ଟ କିଟ୍ ଦ୍ୱାରା ପରୀକ୍ଷା କରାଯାଇପାରିବ। ତେବେ ବର୍ତ୍ତମାନ ଏହାର ପରୀକ୍ଷଣ ସମ୍ପୂର୍ଣ୍ଣ ହୋଇନାହିଁ। ଏହାର କିଛି ପରୀକ୍ଷଣ ଏବେ ବାକି ରହିଛି। ଏହାପରେ ଏହାକୁ ଅନୁମୋଦିତ ଟେଷ୍ଟିଂ ଲ୍ୟାବ୍ ଓ ହସ୍ପିଟାଲ୍‌ରେ ମହଜୁଦ୍ କରାଯିବ। ମୁଖ୍ୟତଃ କରୋନା ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ ଏହାର ପ୍ରୟୋଗ କରିବା ସହ ଯେପରି ସମସ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇପାରିବ ସେହି ଲକ୍ଷ୍ୟରେ ଏପରି କିଟ୍ ପ୍ରସ୍ତୁତ କରାଯାଇଛି।

ଏବେ ବଜାରରେ ଥିବା RT-PCR ଟେଷ୍ଟ କିଟ୍‌ର ଦାମ୍ ୩ ହଜାର ରହିଥିବା ବେଳେ ଆଗାମୀ ସମୟରେ କରୋ ସିଓର୍ ଦାମ୍ ଆହୁରି କମ୍ କରିବା ନେଇ ଦିଲ୍ଲୀ IIT ଛାତ୍ରମାନେ ଯୋଜନା ରଖିଥିବା କହିଛନ୍ତି। ସେପଟେ ଏହି ସଫଳତାକୁ ନେଇ ଛାତ୍ରଙ୍କ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ।

ଅନ୍ୟପଟେ ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏହି ପରୀକ୍ଷା ପାଇଁ ସର୍ବାଧିକ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ICMR ପ୍ରୋଟୋକଲ ମାନି ଘରୋଇ ଲ୍ୟାବ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଅନୁମତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

 

 

 

 

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like