ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ

ନୂଆଦିଲ୍ଲୀ : ବ୍ୟବସାୟୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ୨୦୧୨ ଜମି ଦୁର୍ନୀତି ମାମଲାରେ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ୨୦୧୨ରେ  ହରିଅାଣାର ଗୁରୁଗ୍ରାମରେ ବେଅାଇନ ଭାବେ ଓ ଅତି ନିମ୍ନ ଦରରେ ରବର୍ଟ ଭଦ୍ରା ଜମି କିଣିଥିବା ନେଇ ଅଭିଯୋଗ ହୋଇଥିଲା।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ତାଙ୍କୁ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୧୨ରେ ହୁଡା ମୁଖ୍ୟମନ୍ତ୍ରୀ ଥିବାବେଳେ ରବର୍ଟ ଭଦ୍ରା ଓ ସହଯୋଗୀ କଂପାନି ଡିଏଲ୍ଏଫକୁ ଅନୁକଂପା ଦେଖାଇଥିଲେ। ଚାଷୀଙ୍କ ଠାରୁ ଜମି କିଣି ରବର୍ଟ ଭଦ୍ରାଙ୍କ କଂପାନିକୁ ଅତି କମ୍ ଦାମରେ ଯୋଗାଇ ଦେଇଥିଲେ।

ଏହି ଜମି କିଣିବାରେ ଭଦ୍ରାଙ୍କୁ ୫୦ କୋଟି ଟଙ୍କାର ଲାଭ ମିଳିଥିଲା। ଏନେଇ ବରିଷ୍ଠ ଅାଇଏଏସ୍ ଅଶୋକ ଖେମକା ଅାପତ୍ତି ଉଠାଇଥିଲେ। ପରେ ମାମଲା ସିବିଅାଇକୁ ଯାଇଥିଲା।

You might also like