କୁଆଡେ ଗଲେ ରିୟା? ଜେରା ପାଇଁ ଇଡିର ସମନ

ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଗଷ୍ଟ ୭ରେ ମୁମ୍ବାଇସ୍ଥିତ ଅଫିସରେ ହାଜର ହେବାକୁ ସମନରେ କୁହାଯାଇଛି। ଏହା ସହିତ ସୁଶାନ୍ତଙ୍କ CA(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍)ଙ୍କୁ ମଧ୍ୟ ସମନ କରାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ମୁମ୍ବାଇ ପୋଲିସ କହୁଛି ହେଲେ ସନ୍ଦେହ ଦୂର ହୋଇନି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ପକ୍ଷରୁ ହୋଇଥିବା ସୁପାରିଶରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି।

ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଆଜି ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା। ଫଳରେ ମୁମ୍ବାଇ ପୋଲିସ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି।

ସିବିଆଇ ତଦନ୍ତ ପାଇଁ କାଲି ବିହାର ସରକାର ସୁପାରିଶ କରିଥିଲେ। ସୁଶାନ୍ତଙ୍କ ପିତା କେକେ ସିଂହ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ନିବେଦନ କରିଥିଲେ। ଯାହା ପରେ ନୀତିଶ କୁମାର ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ। ଗତକାଲି ରାଜ୍ୟପାଳ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

You might also like