ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଜାରି ରହିଛି। ମଙ୍ଗଳବାର ଇଡିରେ ପ୍ରଥମ ଥର ପାଇଁ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ଡକାଯାଇଛି। ଇଡି ମିତୁଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପଚାରିପାରେ। ମିତୁ ମୁମ୍ବାଇରେ ରୁହନ୍ତି, ଏବଂ ପରିବାରର ଏକମାତ୍ର ସଦସ୍ୟ, ଯିଏ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରାସ୍ଥିତ ପ୍ଲାଟରେ ପହଞ୍ଚିଥିଲେ।

ମିତୁଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର୍ ଶ୍ରୁତି ମୋଦି ଏବଂ ବନ୍ଧୁ ସିର୍ଦ୍ଧାଥ ପିଠାନୀଙ୍କୁ ଜେରା କରାଯାଇପାରେ। ୧୫ କୋଟି ଟଙ୍କା ଗାଏବ ମାମଲାରେ ମିତୁଙ୍କ ପାଖରେ କିଛି ଠୋସ୍ ପ୍ରମାଣ ଥିବା କୁହାଯାଉଛି। ଏ ସମ୍ପର୍କରେ ସିଦ୍ଧାର୍ଥ ଓ ଶ୍ରୁତିଙ୍କ ପାଖରେ କଣ ତଥ୍ୟ ରହିଛି ତାହା ଓଗାଳି ପାରେ ଇଡି।

ସେହିପରି ଇଡି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ମୋବାଇଲ ଜବତ କରିଛି। ଏହି ତିନି ଜଣଙ୍କ ମୋବାଇଲ ଇଡି ଜବତ କରିଥିବାର ସୂଚନା ମିଳିଛି। ଜେରା ବେଳେ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତା ସହିତ କାହା କାହା ସହିତ ରିୟାଙ୍କ ପରିବାରର ସଂପର୍କ ଥିଲା, କାହା ସହିତ ସେମାନେ କଥା ହେଉଥିଲେ, ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ।

ଡିଲିଟ୍ କରାଯାଇଥିବା ମେସେଜ୍, ତଥ୍ୟ ବି ରିଟ୍ରିଭ କରି ତଦନ୍ତ କରାଯିବ। ଆଶା କରାଯାଉଛି ଏଥିରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖିଅ ମିଳିପାରେ। ଅପରପକ୍ଷରେ ରିୟା ଚକ୍ରବର୍ତ୍ତୀଙ୍କ ପାଟନାରେ ହୋଇଥିବା ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ନେଇ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like