୧୫ କୋଟି ଟଙ୍କା ଗାଏବ ମାମଲାରେ ରିୟାଙ୍କ ନାଁ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ନେଇ ରିୟାଙ୍କ ନାଁରେ ମାମଲା ରୁଜୁ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । 

ରିୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କ ଆକାଉଣ୍ଟରୁ କେତେ ଟଙ୍କା ଗାଏବ ହୋଇଛି ସେ ନେଇ ଯାଞ୍ଚ କରିଛି ଇଡି।  ଏହାପରେ ବାନ୍ଦ୍ରା କୋଟାକ୍ ବ୍ୟାଙ୍କକୁ ଯାଇ ତଦନ୍ତ କରିପାରେ ଇଡି।  ସୁଶାନ୍ତଙ୍କର ଆଉ କିଛି ବ୍ୟାଙ୍କ ଆକାଉଣ୍ଟ ଥିଲା କି ନାହିଁ ସେ ନେଇ ମଧ୍ୟ ତଦନ୍ତ ହୋଇପାରେ। 

ଅନ୍ୟପକ୍ଷେ ବିହାର ପୋଲିସ୍ ଆଜି କୋପର୍ ହସ୍ପିଟାଲ୍‌ରେ ପହଞ୍ଚି ଖୋଲତାଡ଼ କରିଛି। ତେବେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିହାର ପୋଲିସ୍‌କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଦେଇନଥିବା ଜଣାପଡ଼ିଛି।

ଏହା ପରେ ମୁମ୍ବାଇ ପୋଲିସ୍‌ର ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।  ସେପଟେ ମାମଲା ରୁଜୁ ପରେ ରିୟା ଏକ ଭିଡିଓ ଜାରି କରିଥିଲେ । ହେଲେ ସେ ଏବେ କେଉଁଠି ସେ ନେଇ ପତ୍ତା ପାଉନି ବିହାର ପୋଲିସ୍ । ଅପରପକ୍ଷେ ମୁମ୍ବାଇ ପୋଲିସ ସପକ୍ଷରେ ଠିଆ ହୋଇଛନ୍ତି ଉଦ୍ଧବ ଠାକ୍‌ରେ।  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ର-ବିହାର ମୁହାଁମୁହିଁ ନ ହୁଅନ୍ତୁ ବୋଲି ସେ କହିଛନ୍ତି।

ମୁମ୍ବାଇରେ ବିହାର ପୋଲିସ୍‌କୁ ସହାୟତା ମିଳୁନଥିବା ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଉଦ୍ଧବ କହିଛନ୍ତି,  ମୁମ୍ବାଇ ପୋଲିସ୍ ଅପାରଗ ନୁହେଁ। ମାମଲାକୁ ନେଇ ଖୋଲତାଡ଼ କରୁଛି।  ବଡ଼ ବଡ଼ ଚେହେରାଙ୍କୁ ଜେରା କରିଛି ।  ଏହି ଘଟଣାକୁ ନେଇ କାହା ପାଖରେ ପ୍ରମାଣ ଥିଲେ ସେ ପୋଲିସ୍ ସହ ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତ

You might also like