ଖୋଲିବ ପୁରୁଣା ପେଡ଼ି, ସିନ୍ଧିଆଙ୍କ ପାଇଁ ବଢ଼ିଲା ଅଡୁଆ

ମଧ୍ୟପ୍ରଦେଶ: ବିଜେପିରେ ସାମିଲ ପରେ ପୁଣି ଥରେ ମଧ୍ୟପ୍ରଦେଶ ଅର୍ଥନୈତିକ ଅପରଧ ଶାଖା (EOW) ସ୍କାନରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ହୋଇଥିବା ସତ୍ୟପାଠ ଅଭିଯୋଗର  ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି।

EOW ଏଇ ସତ୍ୟପାଠରେ ସିନ୍ଧିଆଙ୍କ ଏକ ଜମି ବିକ୍ରୟ ସମୟରେ ସମ୍ପତ୍ତିର ମିଥ୍ୟା ଦଲିଲ ଦେଇଥିବା ଅଭିଯୋଗ ହୋଇଛି। ସୁରେନ୍ଦ୍ର ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣି ସତ୍ୟପାଠ ଦଖଲ କରିଛନ୍ତି।

୨୦୧୪ରେ ସେ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ କିନ୍ତୁ ଏହାର ତଦନ୍ତ  କରାଯାଇ ୨୦୧୮ରେ ମାମଲା ବନ୍ଦ କରାଯାଇଥିଲା ତଥ୍ୟର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା EOW  ଅଧିକାରୀ କହିଛନ୍ତି।

ଆବେଦନକରୀ ଦର୍ଶାଇଥିଲେ ଯେ ରେଜିଷ୍ଟ୍ରି ଡକ୍ୟୁମେଣ୍ଟକୁ ମିଥ୍ୟା କରି ତାଙ୍କୁ ଏକ ଜମି ବିକ୍ରି କରାଯାଇଥିଲା କିନ୍ତୁ ୨୦୦୯ରେ ହୋଇଥିବା ମୂଳ ଚୁକ୍ତିଠାରୁ ତାହା ୬ ହଜାର ବର୍ଗଫୁଟ କମ୍ ଥିଲା।

You might also like