ଭେଲ୍ଲୋରରେ ନିର୍ବାଚନ ବାତିଲ କରିବାକୁ ନିର୍ବାଚନ କମିଶନଙ୍କ ସୁପାରିଶ

ଚେନ୍ନାଇ: ତାମିଲନାଡୁର ଭେଲ୍ଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ ଲାଗି ସୁପାରିଶ। ବେଆଇନ୍‌ ଭାବେ ଟଙ୍କା କାରବାର ଓ ବହୁ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ନିର୍ବାଚନ ବାତିଲ କରିବା ଲାଗି ରାଷ୍ଟ୍ରପତିଙ୍କୁ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି।

ଭେଲ୍ଲୋର ଲୋକସଭା ଆସନର ଡିଏମ୍‌କେ ପ୍ରାର୍ଥୀ କାଥିର୍ ଆନନ୍ଦଙ୍କ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢ଼ଉ କରିଥିଲେ। କାଥିରଙ୍କ କାର୍ଯ୍ୟାଳୟରୁ ୧୦.୫୦ ଲକ୍ଷ ଟଙ୍କା ଓ ପରେ ତାଙ୍କ ସିମେଣ୍ଟ ଗୋଦାମରୁ ୧୧.୫୩ କୋଟି ଟଙ୍କା ଜବତ ହୋଇଥିଲା

ଏଣୁ ପ୍ରାର୍ଥିପତ୍ର ଦାଖଲ ବେଳେ ସେ ଭୁଲ୍ ତଥ୍ୟ ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ଜନ ପ୍ରତିନିଧି ଆଇନ ଆଧାରରେ ଏଠାରେ ନିର୍ବାଚନ ବାତିଲ କରିବାକୁ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି।

You might also like