ଇଭିଏମ୍ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ପରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ସହଜରେ ହ୍ୟାକ୍ କରାଯାଇପାରିବ। ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ସମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିବା ପରେ ଏବେ ଇଭିଏମ୍‌କୁ ନେଇ ବିବାଦ  ଦେଖା ଦେଇଛି। ତେବେ ସମ୍ପୂକ୍ତ ବ୍ୟକ୍ତିଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେ ନେଇ ବିଚାର କରାଯାଉଥିବା ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି।

ନିଜକୁ ସାଇବର ଏକ୍ସପର୍ଟ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କର ଏଭଳି ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟ ନିର୍ବାଚନ ଆୟୋଗ ପ୍ରାୟୋଜିତ ଓ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଇଭିଏମ୍ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ଏହା ପ୍ରମାଣସିଦ୍ଧ ବୋଲି ମତ ରଖିଛନ୍ତି ଇସି(ଇଲେକ୍ସନ କମିଶନ)। ସେ ସୂଚାଇଛନ୍ତି ଯେ, ଭାରତ ଇଲୋକ୍ଟ୍ରୋନିକ୍ କର୍ପୋରେସନ୍ ଓ ଇଲୋକ୍ଟ୍ରୋନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କଡ଼ା ତଦାରଖ ତଥା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଅତି କଠିନ ନିୟମାବଳୀ ବା SOP ପାଳନ କରାଯାଉଛି। ଏଥିସହିତ ୨୦୧୯ରେ ଗଠନ ହୋଇଥିବା ଏକ ଦକ୍ଷ ବିଶେଷଜ୍ଞ କମିଟି  ପ୍ରତି ପର୍ଯ୍ୟାୟରେ ଏହି କାର୍ଯ୍ୟର ଅନୁଧ୍ୟାନ କରିଥାନ୍ତି ବୋଲି ଇସି ସ୍ପଷ୍ଟ ଭାବେ ମତ ରଖିଛନ୍ତି।

ସୟେଦ ସୂଜା ନାମକ ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତରେ ବ୍ୟବହୃତ ଇଭିଏମକୁ ଟ୍ୟାମ୍ପର ଯୁକ୍ତ ବୋଲି ଦାବି କରିଥିଲେ। ଏପରିକି ୨୦୧୪ ସାଧାରଣ ନିର୍ବାଚନ ଓ ଏହା ପରଠୁ ଭାରତରେ ଅନୁଷ୍ଠିତ ସମସ୍ତ ନିର୍ବାଚନରେ ଇଭିଏମ୍ ଟ୍ୟାମ୍ପରିଂ ହୋଇଥିବା ନେଇ ସେ ଦାବି କରିଛନ୍ତି। ତେବେ ନିର୍ବାଚନରେ ରିଗିଂ ଦାବିକୁ ଇସି ସମ୍ପୂର୍ଣ୍ଣ ଭାବେ ଅମୁଳକ ବୋଲି କହିଛନ୍ତି। ଏପଟେ ଏହି ପ୍ରସଙ୍ଗ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛିଯ।

You might also like