ଇସିଙ୍କ ନିର୍ଦ୍ଦେଶ-ଅନୁରାଗ ଠାକୁର ଓ ପ୍ରବେଶ ସିଂହଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ବାହାର କର

ନୂଆଦିଲ୍ଲୀ:ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜକ ଭାଷଣ ଦେଇ ସମାଲୋଚିତ ହୋଇଥିବା ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ସିଂହ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆପତ୍ତିଜନକ ଭାଷାରେ ଶାହିନ ବାଗ୍‌ ଉପରେ ଟ୍ୱିଟ୍‌ କରି ମଡଲ ଟାଉନ୍‌ର ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୋଧରେ ମଧ୍ୟ ଇସି ଦୁଇଦିନ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

ସୂଚନାଥାଉ କି, ହିମାଚଳ ପ୍ରଦେଶର ହମୀରପୁର ସାଂସଦ ତଥା ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ନିର୍ବାଚନ ପ୍ରଚାର ବେଳେ ‘ଦେଶ କେ ଗଦ୍ଦାରୋଁ କୋ, ଗୋଲି ମାରୋ…’ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷେ ୱେଷ୍ଟ ଦିଲ୍ଲୀର ସାଂସଦ ପ୍ରବେଶ ଶର୍ମା ଶାହିନ ବାଗ୍‌ ତୁଳନା କାଶ୍ମୀର ସହ କରି କହିଥିଲେ, ‘ସେମାନେ (ପ୍ରଦଶନକାରୀ) ଆପଣଙ୍କ ଘରେ ପଶିବେ ଏବଂ ଆପଣଙ୍କ ଝିଅ, ଭଉଣୀଙ୍କୁ ବଳାତ୍କାର କରିବେ।’

 

You might also like