ଉଦ୍ଧବଙ୍କୁ ଆଶ୍ୱସ୍ତି; ମେ ୨୧ରେ ହେବ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ସିଟ୍‌ରେ ନିର୍ବାଚନ କରିବା ନେଇ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛି ଇଲେକ୍ସନ କମିସନ। ମେ ୨୧ ତାରିଖରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଇସି। ମୁଖ୍ୟମନ୍ତ୍ରୀଙ୍କ ପଦ ବଞ୍ଚେଇବାକୁ ହେଲେ ଉଦ୍ଧବଙ୍କୁ ଏହି ଇଲେକ୍ସନ ପ୍ରାର୍ଥୀ ହୋଇ ଜିତିବାକୁ ପଡ଼ିବ।

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବା ନେଇ ଆଜି ଇସି ବୈଠକ ଡାକିଥିଲେ। ଏହି ବୈଠକରେ ମେ ୨୧ ତାରିଖରେ ୯ଟି ବିଧାନ ପରିଷଦ ସିଟ୍ ପାଇଁ ନିର୍ବାଚନ ହେବା ବୋଲି ନିଷ୍ପତ୍ତି ହୋଇଛି। ଇଲେକ୍ସନ କମିଶନଙ୍କ ଏହି ନିଷ୍ପତ୍ତି ପରେ ଉଦ୍ଧବଙ୍କୁ ଆଶ୍ୱସ୍ତିର ମିଳିଛି।

ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍ କୋଶାରୀ ନିର୍ବାଚନ କରାଇବା ନେଇ ଇସିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି, କରୋନା ଭାଇରସ୍‌ ପାଇଁ ନିର୍ବାଚନ କମିଶନ ରାଜ୍ୟରେ ଖାଲିଥିବା ଏହି ୯ ବିଧାନ ପରିଷଦ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏହାପରେ ଉଦ୍ଧବଙ୍କ ଗାଦି ଯିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ସୂଚନା ଥାଉକି, ୨୦୧୯ ନଭେମ୍ବର ୨୮ ତାରିଖରେ ମହାରାଷ୍ଚ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପରେ ତାଙ୍କୁ ବିଧାନସଭାରେ ସଦସ୍ୟ ହେବାକୁ ପଡ଼ିବ। ନହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ତେଣୁ ଆଜି ରାଜ୍ୟପାଳ ଅନୁରୋଧ ଉଦ୍ଧବଙ୍କ ଆଶ୍ୱସ୍ତିର ଖବର। ତେବେ ଏପ୍ରିଲ ୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବିଧାନ ପରିଷଦ ପ୍ରାର୍ଥୀ ଭାବେ ଉଦ୍ଧବଙ୍କ ନାଁ ସୁପାରିଶ କରିଥିଲା।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like