LACରେ ଭାରତ-ଚୀନ ସେନା ମୁହାଁମୁହିଁ, ୩ ଯବାନ ସହିଦ

ନୂଆଦିଲ୍ଲୀ:ଭାରତ-ଚୀନ୍ ସୀମାନ୍ତ LAC ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସେନା।  ଚୀନ ସେନା ପୁଣି ଦାଦାଗିରି ଦେଖାଇଛି। ଚୀନ ସେନାର ଆକ୍ରମଣରେ  ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି।

ସୂଚନାଥାଉ କି, ଗତକାଲି ରାତିରେ ହଠାତ୍‌ ଗାଲବାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ପକ୍ଷରୁ ଗୁଳିବର୍ଷଣ କରା ଯାଇଥିଲା। ଏଥରେ ଭାରତର ଜଣେ କର୍ଣ୍ଣେଲ ଏବଂ ଦୁଇ ଯବାନ ସହିଦ ହୋଇଥିଲେ।

ତେବେ ଚୀନ ପକ୍ଷରୁ କ’ଣ କ୍ଷୟକ୍ଷତି ହୋଇଛି ତା‘ର କୌଣସି ସୂଚନା ମିଳିନାହିଁ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀ ସ୍ତରୀୟ ବୈଠକ ବସିଛି।

ସୂଚନାଥାଉ କି, ୭୦ ଦଶକ ପରେ ପ୍ରଥମ ଥର ପାଇଁ LAC ନିକଟରେ ଏପରି ଗୋଲାବାରି ହୋଇଛି।

 

You might also like