ଅମ୍ପନକୁ ରୋକିବା ପାଇଁ ବାଲି ବସ୍ତାରେ ବନ୍ଧ ତିଆରି ଚାଲିଛି

ବାଲେଶ୍ୱର: ଅମ୍ପନ ଆସୁଥିବା ଖବର ପରେ ସମୁଦ୍ରକୂଳିଆ ଲୋକେ ଛାନିଆ ହୋଇଗଲେଣି। ଆସନ୍ତାକାଲି ଏହା ସୁନ୍ଦରବନରେ ହିଟ୍ କରିବ। ଏଥିରେ ଅଧିକ ପ୍ରଭାବିତ ହେବ ପଶ୍ଚିମବଙ୍ଗ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ସମ୍ଭାବନା ଥିବାରୁ ଏଥିରୁ ରକ୍ଷା ପାଇବାକୁ ଲୋକେ ନିଜ ଉଦ୍ୟମରେ ସମୁଦ୍ର ପାଣିକୁ ରୋକିବାକୁ ଚେଷ୍ଟା କରୁଛନ୍ତି।

ପଶ୍ଚିମ ମେଦିନୀପୁରର ସମୁଦ୍ର କୂଳିଆ ଲୋକେ ବାଡ଼ ତିଆରି କରି ବାଲିବସ୍ତା ପକାଇଛନ୍ତି।
ସମୁଦ୍ର କୂଳର ଗାଁର ଲୋକେ ନିଜ ଉଦ୍ୟମରେ ଏସବୁ କରୁଛନ୍ତି। ଗଣମାଧ୍ୟମରୁ ବଡ଼ ବଡ଼ ଜୁଆର ଆସିବା କଥା ଜାଣିବା ପରେ ସେମାନେ ଏକାଠି ହୋଇ ନିଜ ଘର ଦ୍ୱାର ରକ୍ଷା କରିବାକୁ ଏହି ପଦକ୍ଷେପ ନେଇଛନ୍ତି।

You might also like