ଭାରତ-ବାଂଲାଦେଶ ସୀମାରେ ଭୂକମ୍ପ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଆଜି ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି।

National Centre for Seismologyର ସୂଚନା ଅନୁସାରେ, ଆଜି ସକାଳ  ୭ଟା ୧୦ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ।

ସୂଚନାଥାଉ କି, ଗତ ସପ୍ତାହରେ ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାବେଳେ ହରିୟାଣାର ରୋହତକରେ ଘଣ୍ଟାକ ମଧ୍ୟରେ ଦୁଇ ଦୁଇ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

You might also like