ଝାଡ଼ଖଣ୍ଡ, କର୍ଣ୍ଣାଟକରେ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। National Center for Seismologyର ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୫୫ ମିନିଟ୍‌ରେ ଝାଡ଼ଖଣ୍ଡର ଜାମ୍‌ସେଦ‌ପୁରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୭ ଥିଲା।

ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌ ସକାଳ ୬ଟା ୫୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National Center for Seismology ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ।

ଜୁନ୍‌ ୩ ତାରିଖ ରାତିରେ ନୋଏଡାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୨ ଥିଲା।

You might also like