• translate
Chandan Shishu

ଇସ୍ତାନ୍‌ବୁଲ୍: ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ପରେ ସୁନାମି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀର ଏଜିୟନ୍ ଉପକୂଳରେ ହୋଇଛି ଶକ୍ତିଶାଳୀ ଭୂକମ୍ପ।

https://twitter.com/PMBreakingNews/status/1322160738459357192?s=20

ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭ ଥିବା କହିଛି ଆମେରିକାର ଜିଓଲୋଜିକାଲ ସର୍ଭେ ବିଭାଗ। ଏଥିରେ ଭୁଶୁଡ଼ି ପଡିଛି ଅନେକ କୋଠା ଭୂକମ୍ପ ପରେ ଆସିଥିଲା ଏକ କ୍ଷୁଦ୍ର ସୁନାମି ତୁର୍କୀରେ ଇସମିର୍ ସହର ଭିତରକୁ ପ୍ରବେଶ କରିଛି ସମୁଦ୍ର ପାଣି।

https://twitter.com/_EarthNewsLIVE/status/1322161259890925568?s=20

ଏହି ସହରର ବହୁ ଘରଦ୍ୱାର ଭାଙ୍ଗି ଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଠାବାଡ଼ିର ଧ୍ୱଂସସ୍ତୁପ ଭିତରୁ ଖୋଜା ଚାଲିଛି ଜୀବନ। କେତେକ ଲୋକଙ୍କୁ ଉଦ୍ଧାର ମଧ୍ୟ କରାଗଲାଣି। ଆହୁରି ଅନେକ ଲୋକେ ଭଗ୍ନାବଶେଷ ଭିତରେ ଫସି ରହିଥିବା ସନ୍ଦେହ କରାଯାଇଛି।

https://twitter.com/SANKARSANDAS15/status/1322202381082222592?s=20

ଏହା ପୂର୍ବରୁ ୧୯୯୯ରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, କିପରି ମାଡ଼ିଆସିଲା ସୁନାମି ?

Other Stories