ସକାଳୁ ସକାଳୁ ଭୂକମ୍ପରେ ଦୋହଲିଲା ଏହି ୨ ସହର

ରାଜକୋଟ/ଗୌହାଟି: ମହାମାରୀ କରୋନା ସଙ୍କଟ ସମୟରେ ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହେଉଛି। ବିଶେଷ କରି ନୂଆଦିଲ୍ଲୀରେ ଚଳିତ ବର୍ଷ ଅଧିକ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ନଜର ଆସିଛି।

ଆଜି ସକାଳେ ଗୁଜରାଟର ରାଜକୋଟ ଓ ଆସାମର କରିମ୍‌ଙ୍ଗଜରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।

National Centre for Seismologyର ସୂଚନା ଅନୁସାରେ, ଆଜି ସକାଳ  ୭ଟା ୪୦ମିନିଟ୍‌ରେ ରାଜକୋଟରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲା।

କରିମ୍‌ଙ୍ଗଜ ଅଞ୍ଚଳରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୧ ରେକର୍ଡ କରାଯାଇଛି। ସକାଳ ୭ଟା ୫୭ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। National Centre for Seismology ପକ୍ଷରୁ ଏହି ସୂଚନା ଦିଆଯାଇଛି।

You might also like