ବିଳମ୍ବିତ ରାତିରେ ଥରିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି।  ଗତକାଲି ରାତି ପ୍ରାୟ ୧୧ଟା ୪୬ ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।  ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।

ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ୪୮ କିଲୋମିଟର୍ ଦୂରରେ ଥିଲା।  ଭୂକମ୍ପ ହେବା କ୍ଷଣି ଲୋକେ ନିଜ ଘରୁ ବାହାରି ଆସିଥିଲେ। ବେଶ କିଛି ସମୟ ପାଇଁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଥଲେ।

ତେବେ ଭୂମିକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

You might also like