ଏହି ଦୁଇ ଜୋନରେ କାଲିଠୁ ଆରମ୍ଭ ହେବ ଅନଲାଇନ ସେଲ, ଅର୍ଡ଼ର କରିପାରିବେ ସବୁ ଜିନିଷ

ନୂଆଦିଲ୍ଲୀ: ଲକଡାଉନର ତୃତୀୟ ପର୍ଯ୍ୟାୟ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି। ଏପରିକି ନୂଆ ଗାଇଡଲାଇନ ମଧ୍ୟ କାଲିଠୁ ଲାଗୁ ହେବ। ଇ-କମର୍ସ କମ୍ପାନୀ ଯଥା-Amazon, Flipkart ଓ ଅନ୍ୟ କମ୍ପାନୀ ଗୁଡିକ କାଲିଠୁ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ମଧ୍ୟ ଡେଲିଭରି କରିପାରିବେ। କିନ୍ତୁ କିଛି ଅଞ୍ଚଳରେ ଏହିସବୁ ଜିନିଷ ଡେଲିଭରି ହୋଇପାରିବ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ, ଇ-କମର୍ସ କମ୍ପାନୀ ଗୁଡିକ ଗ୍ରୀନ ଓ ଅରେଞ୍ଜ ଜୋନରେ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ଯେପରିକି ଲାପଟପ, ମୋବାଇଲ, ଫ୍ରିଜ, ଏସି ଇତ୍ୟାଦି ଡେଲିଭରି କରିପାରିବେ। କିନ୍ତୁ ରେଡ ଜୋନରେ କେବଳ ଆବଶ୍ୟକୀୟ ଜିନିଷ ଡେଲିଭରି ହୋଇପାରିବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଇ-କମର୍ସ କମ୍ପାନୀ ଗୁଡିକୁ କେବଳ ଆବଶ୍ୟକୀୟ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିଥିଲା।

ଅନ୍ୟପକ୍ଷରେ ସରକାରଙ୍କ ଏହି ନୂଆ ଗାଇଡଲାଇନକୁ ଇ-କମର୍ସ କମ୍ପାନୀ ଗୁଡିକ ସ୍ୱାଗତ ଜଣାଇଛନ୍ତି।

ଜାଣନ୍ତୁ ଓଡିଶାର କେଉଁ ସବୁ ଜିଲ୍ଲା ରେଡ, ଗ୍ରୀନ ଅରେଞ୍ଜଜୋନରେ ରହିଛି….

 

ଆହୁରି ପଢ଼ନ୍ତୁ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

You might also like