ବିବାହ ବେଦୀରେ ପାଣି ବୋତଲରେ ଖେଳିଲେ ବର-କନିଆ, ଭିଡିଓ ଭାଇରାଲ

ସୋସିଆଲ୍‌ ମିଡିଆରେ ବିବାହର ଅନେକ ମଜାଳିଆ ଭିଡିଓ ଭାଇରାଲ୍‌ ହେଉଥିବା ଆପଣମାନେ ହୁଏତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିବା ଆରମ୍ଭ କରି ଦେବେ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଏକ ବିବାହ ବେଳର। ଭିଡିଓରେ ଦେଖିବାକୁ ମିଳିଛି, ବିବାହ ବେଦୀରେ ହୋମ ନିଆଁ ଜଳୁଛି, ହେଲେ ଏହି ସମୟରେ ବର-କନିଆ ଏକ ପାଣି ବୋତଲରେ ଖେଳୁଛନ୍ତି।

ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁସାରେ, ବିବାହ ଚାଲିଥିବା ସମୟରେ ପଣ୍ଡିତ ଜୀ ମନ୍ତ୍ର ପାଠରୁ କିଛି ସମୟ ବିରତି ନେଇଥିବା ବେଳେ ବିବାହ ବେଦୀରେ ବର-କନିଆ ବିବାହ ମଣ୍ଡପରେ ଟାଇମ୍‌ ପାସ୍‌ କରୁଥିବା ଦେଖିବାକୁ ମିଳିଛି। ସେମାନେ ଏକ ଛୋଟ ପାଣି ବୋତଲରେ ଖେଳୁଥିବା ନଜର ଆସୁଛି। ସେମାନଙ୍କ ଆଖପାଖରେ କିଛି ଲୋକ ବସିଥିବା ମଧ୍ୟ ଦେଖିବାକୁ ମିଳିଛି।

ସୋସିଆଲ୍‌ ମିଡିଆର ଭାଇରାଲ ହୋଇଥିବା ଭିଡିଓକୁ ନେଇ ଲୋକମାନେ ଅନେକ ମଜାଳିଆ କମେଣ୍ଟସ୍‌ ଦେଇଛନ୍ତି। ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି, ଏହା କେବଳ ବାକି ରହିଯାଇଥିଲା ଦେଖିବାକୁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘କ’ଣ ବୋତଲକୁ ଫ୍ଲିପ୍‌ କରିବା ପାଇଁ ବିବାହ କରିବାକୁ ପଡ଼େ କି ? ଏମିତି ଅନେକ ମଜାଳିଆ କମେଣ୍ଟସ୍‌ ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୬୮ ହଜାରରୁ ଅଧିକ ଲୋକ ଲାଇକ୍ସ କରିସାରିଲେଣି। 

You might also like